ଗାନ୍ଧି ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର – ଆସନ୍ତାମାସ ଅକ୍ଟୋବର ୨ ତାରିଖ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଶାସକ ବିଜେଡି ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବ । ଏହି ବାର୍ଷିକ ପଦଯାତ୍ରା ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ଚାଲିବ । ଦଳପକ୍ଷରୁ ଆଜି ପ୍ରେସମିଟରେ ଏହି ସୂଚନା ଦିଆଯାଇଛି।‌ ପ୍ରତି ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବ ପଦଯାତ୍ରା। ଜନସମ୍ପର୍କ ପଦଯାତ୍ରା ଜରିଆରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ ସଭାପତିମାନଙ୍କୁ ଚିଠି ଲେଖିଛନ୍ତି ।

ଅକ୍ଟୋବର ୧୨ ତାରିଖରୁ ଏକ ମାସ ଯାଏଁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରିବ ବିଜେଡି। ଡିସେମ୍ବର ୨୬ରେ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ ।

Comments are closed.