କେନ୍ଦ୍ରାପଡାର ରସାବଳିକୁ ମିଳିଲା ଜିଆଇ ଟ୍ଯାଗ୍

ଭୁବନେଶ୍ୱର – ଓଡ଼ିଶାର ଆଉ ଏକ ଲୋକପ୍ରିୟ ଖାଦ୍ୟ ସାମଗ୍ରୀକୁ ମିଳିଛି ଜିଆଇ ଟ୍ଯାଗ୍। କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଏ ନେଇ କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି । ଓଡ଼ିଶାର ତୁଳସୀ କ୍ଷେତ୍ର ଭାବେ ପରିଚିତ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି । କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ରହିଛି ଏହି ମିଷ୍ଟାନ୍ନ । ଦୀର୍ଘ ଦିନ ଧରି ରସାବଳିକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲେ ହେଁ ଏବେ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।

Comments are closed.