ପୁରୀରେ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଡିସେମ୍ବର ସୁଦ୍ଧା ସରିବ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ | News Room Odisha

ପୁରୀରେ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଡିସେମ୍ବର ସୁଦ୍ଧା ସରିବ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ

ପୁରୀ – ଆଜି ପ୍ରତ୍ୟୁଷରେ ପୁରୀ ଯାଇ ୫-ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଐତିହ୍ୟ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ୫-ଟି ସଚିବ । ସମୀକ୍ଷା ବେଳେ ୫-ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଐତିହ୍ୟ ସହର ପୁରୀର ରୂପାନ୍ତରୀକରଣ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଅନେକ ପ୍ରକଳ୍ପର କାମ ଆଗେଇ ଚାଲିଛି । ଡିସେମ୍ବର ସୁଦ୍ଧା ସରିବ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ । ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଡିସେମ୍ବର ସୁଦ୍ଧା ସରିବ । ଏଥିସହ ପୁରୀ ମନ୍ଦିର ପାଖ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହେବ ।

ଶ୍ରୀମନ୍ଦିର ପାଖରେ ୨ ଚକିଆ ଯାନର ରହଣି ସୁବିଧା କରାଯିବ । ସେବାୟତ ଏବଂ ଯାତ୍ରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିବ ।ପୁରୀରେ ଥିବା ମଠର ନବୀକରଣ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ୫-ଟି ସଚିବ । ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସୁବିଧାକୁ ଗୁରୁତ୍ବ ଦିଆଯାଇଛି ।