ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ସଚିବ | News Room Odisha

ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର – ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ବିଷ୍ଣୁପଦ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଅଛନ୍ତି । ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟ କମିଶନର ହୋଇଛନ୍ତି । ସେ ବର୍ତମାନ ଯୋଜନା ଓ ସମନ୍ୱୟ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି ।

ଜ୍ୟୋତିପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ରାମାଶିଷ ହାଜରାଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏଣେ ଇନ୍ଦ୍ରମଣି ତ୍ରିପାଠୀ ଏସସି ଓ ଏସଟି ବିଭାଗର ନିର୍ଦେଶକ ଓ ସୁବ୍ରତ ଶତପଥୀଙ୍କୁ ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।