ଭୁବନେଶ୍ୱର – ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ରଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଭାଇ ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ଡିଜିପି ।
୧୯୫୯ ବ୍ୟାଚର ଆଇପିଏସ ଅଫିସର ଥିଲେ ଶରତ ମିଶ୍ର । ସେ ଅକ୍ଟୋବର ୩୦ ୧୯୯୨ରୁ ଜାନୁଆରୀ ୧୮ ,୧୯୯୪ ମସିହା ଯାଏଁ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଥିଲେ । ଏହାଛଡା ଦୀର୍ଘଦିନ ଧରି ଭାରତର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ ୱିଙ୍ଗ୍ ରେ ବି ଶରତ ମିଶ୍ର କାର୍ଯ୍ୟ କରିଥିଲେ। ସେ ଜଣେ ସାହିତ୍ୟିକ ଭାବେ ବି ଜଣାଶୁଣା ଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମଧ୍ୟ ପାଇଥିଲେ ଶରତ ମିଶ୍ର।