ବ୍ରହ୍ମପୁର ସର୍କଲ ଜେଲରେ ମେସିନ ଧରିବ କଏଦୀଙ୍କ ମୋବାଇଲ ଫୋନ୍ | News Room Odisha

ବ୍ରହ୍ମପୁର ସର୍କଲ ଜେଲରେ ମେସିନ ଧରିବ କଏଦୀଙ୍କ ମୋବାଇଲ ଫୋନ୍

ବ୍ରହ୍ମପୁର – ଜେଲ୍ ଭିତରେ ରହି କଏଦୀମାନେ ଲୁଚାଚୋରାରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଅନେକ ଘଟଣା ନଜରକୁ ଆସିଛି । ମୋବାଇଲ ଫୋନ ବ୍ୟବହାର କରି ଜେଲ୍ ଭିତରେ ଥାଇ ବି ନିଜର ଅପରାଧ ଦୁନିଆ ସହ ଯୋଗାଯୋଗରେ ରହିପାରୁଛନ୍ତି କ ଏଦୀ । ସେମାନଙ୍କର ଏଭଳି କାର୍ଯ୍ୟକଳାପରେ ଲଗାମ ଦେବା ପାଇଁ ବ୍ରହ୍ମପୁର ସର୍କଲ ଜେଲରେ ଖଞ୍ଜାଯାଇଛି ଅତ୍ୟାଧୁନିକ ନନ୍ ଲିନିଅର ଜଙ୍କସନ ଡିଟେକ୍ଟର ମେସିନ ।

ଏହି ମେସିନ ଦ୍ୱାରା କଏଦୀମାନେ ଲୁଚାଇ ରଖିଥିବା ମୋବାଇଲ ଫୋନ ଖୋଜି ବାହାର କରିହେବ। ମୋବାଇଲ ବନ୍ଦ ହୋଇଥିଲେ କିମ୍ବା ସିମ୍ ବାହାର କରି ଲୁଚାଇ ରଖିଥିବେ ତାହା ବି ଏହି ମେସିନ ଦ୍ବାରା ଧରାପଡିବ। ଜେଲ୍ ଭିତରେ ରହି ବି ନିଜ ନିଜର ନେଟୱାର୍କ ଚଳାଉଥିବା କଏଦୀମାନଙ୍କ ବିରୋଧରେ ଏହି ମେସିନ ବେଶ୍ ଫଳପ୍ରଦ ହେବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ କହିଛନ୍ତି। ଏହି ମୋବାଇଲ ଧରା ମେସିନର ମୂଲ୍ୟ ୧୫ ଲକ୍ଷ ଟଙ୍କା। ଟ୍ରେନିଂ ନେଇଥିବା କର୍ମଚାରୀମାନେ ଜେଲ କୋଠରୀ ଭିତରେ ମେସିନ ବୁଲାଇ ଚେକିଂ କରିବେ। ଏପରିକି ମାଟି ତଳେ ମୋବାଇଲ ଲୁଚାଇ ରଖିଥିଲେ ବି ଏହି ମେସିନର ସାଇରନ ବାଜିବ।