ଡିସେମ୍ବର ତୃତୀୟ ସପ୍ତାହରେ ଜାତୀୟ ହସ୍ତତନ୍ତ ସମ୍ମିଳନୀ , ପ୍ରସ୍ତୁତିର ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ | News Room Odisha

ଡିସେମ୍ବର ତୃତୀୟ ସପ୍ତାହରେ ଜାତୀୟ ହସ୍ତତନ୍ତ ସମ୍ମିଳନୀ , ପ୍ରସ୍ତୁତିର ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ବରଗଡ଼ – ବରଗଡ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଜାତୀୟ ହସ୍ତତନ୍ତ ସମ୍ମିଳନୀର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ- ଡବ୍ଲୁଓଡିସିର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ସମ୍ମିଳନୀ ଡିସେମ୍ବର ତୃତୀୟ ସପ୍ତାହରେ ଆୟୋଜନ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ  ସୂଚନା ଦେଇଛନ୍ତି । ସମୀକ୍ଷା ବୈଠକରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ଜାତୀୟ ହସ୍ତତନ୍ତ ସମ୍ମିଳନୀ ପଶ୍ଚିମ ଓଡିଶାର ବୁଣାକାରଙ୍କ ପାଇଁ ଏକ ଉତ୍ତମ ସୁଯୋଗ ହେବ। ଏହି ସମ୍ମିଳନୀର ଆୟୋଜନ ଫଳରେ ହସ୍ତତନ୍ତ ବଜାର ସୃଷ୍ଟି ହେବା ସହ, ନୂତନ ଜ୍ଞାନକୌଶଳ ବିଷୟରେ ବୁଣାକାର ମାନେ ଜାଣିବାକୁ ପାଇବେ ।