ଘୁଡୁକି ଲୋକନୃତ୍ୟ ଗୁରୁଙ୍କ ବିୟୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବୟୋଜ୍ୟେଷ୍ଠ ଘୁଡୁକି ଗୁରୁ ନୀଳକଣ୍ଠ ତରେଇଙ୍କ ଶନିବାର ବିୟୋଗ ଘଟିଛି। ପୁରୁଷୋତ୍ତମପୁର ବ୍ଲକ୍ ଭାଟକୁମରଡା ନିବାସୀ ଶ୍ରୀ ତରେଇଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଲୋକନୃତ୍ୟ ପ୍ରତି ତାଙ୍କର ଅବଦାନ ହେତୁ ତାଙ୍କୁ ୨୦୧୮ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପିତା ପ୍ରାଣବନ୍ଧୁ ତରେଇଙ୍କ ପ୍ରେରଣାରେ ସେ ପିଲାଟି ଦିନରୁ ଘୁଡୁକି ଲୋକନୃତ୍ୟରେ ସାମିଲ ହୋଇଥିଲେ। ତାଙ୍କ ଉଦ୍ୟମରେ ଆମ ରାଜ୍ୟ ଓ ଦେଶରେ ଏହି ଲୋକ ନୃତ୍ୟର ବେଶ୍ ପ୍ରଚାର ପ୍ରସାର ହୋଇପାରିଥିଲା। ସେ ଅନେକ ନୂତନ କଳାକାରଙ୍କୁ ତାଲିମ ଦେଇ ଗଢ଼ିଥିଲେ।

Comments are closed.