ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ, ୭ ମୃତ | News Room Odisha

ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ଔଷଧ କମ୍ପାନୀର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ଅଗ୍ନିକାଣ୍ର ଘଟିଥିବା ଜଣାପଡିଛି । ଅଧିକାରୀଙ୍କ କହିବା ମୁତାବକ ପ୍ଲାଣ୍ଟରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ସେଠାରେ ରଖାଯାଇଥିବା ରାସାୟନିକ ପଦାର୍ଥ ଭର୍ତ୍ତି ବ୍ୟାରେଲ ଯୋଗୁଁ ପୁଣି ବିସ୍ଫୋରଣ ହୋଇଥିଲା | ଯାହା ଫଳରେ ନିଆଁ ପୂରା କାରଖାନାରେ ବ୍ୟାପିଯାଇଥିଲା |

ପୋଲିସର ସୂଚନାନୁସାରେ, ନିଆଁ ଲାଗିବା ପରେ ପ୍ଲାଣ୍ଟ ଭିତରେ ପ୍ରାୟ ୫୭ ଜଣ ଲୋକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପୋଲିସ ରାୟଗଡ଼ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।