କାର୍ ଧକ୍କାରେ ଦୁଇ ମୃତ

ସୁନ୍ଦରଗଡ଼ – କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ଗାଁ ନିକଟରେ ଘଟିଛିଏହି ସଡ଼କ ଦୁର୍ଘଟଣା। ‌ଆଜି ସକାଳେ ଦୁଇ ସାଇକେଲ ଆରୋହୀ ଶୌଚ ହେବା ପାଇଁ ଆସିଥିଲେ। ଶୌଚ ହେବା ପରେ ରାସ୍ତା ପାର ହୋଇ ଯିବାବେଳେ ସେମାନଙ୍କ ଉପରେ କାର୍‌ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ମୃତଦେହ ସହ ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଥିଲେ । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍ ଧରି ଚମ୍ପଟ ମାରିଥିଲା ଡ୍ରାଇଭର। ପୋଲିସ କାର୍‌କୁ ପିଛା କରି ଧରିଥିଲା।

Comments are closed.