ଗଜପତି ଜିଲ୍ଲାରେ ଖୋଲିବ ୫୪ ଗୋଟି ଧାନ ସଂଗ୍ରହ କେନ୍ଦ୍ର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚଳିତ ଥର ୫୪ ଗୋଟି କେନ୍ଦ୍ର ଖୋଲାଯିବ। ଡିସେମ୍ବର ୧୫ରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ବ୍ଲକର ମଣ୍ଡିରୁ ଧାନ କ୍ରୟ କରାଯିବ। ଚଳିତ ବର୍ଷ ଏଫ୍ଏକ୍ୟୁ ମାନର ଧାନ କ୍ଵିଣ୍ଟାଲ ପିଛା ୨୧୮୩ ଟଙ୍କା ଏବଂ ଗ୍ରେଡ୍-ଏ ଧାନ କ୍ଵିଣ୍ଟାଲ ପିଛା ୨୨୦୩ ଟଙ୍କାରେ କିଣାଯିବ। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଧାର୍ଯ୍ୟ କରାଯାଇଛି ଯେ ଚାଷୀ ପ୍ରତିନିଧି, ମିଲର୍ ତଥା ପ୍ରଶାସନ ସହଯୋଗରେ ଖରିଫ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ଗଜପତି ଜିଲ୍ଲାରେ ୧୫୫୫୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗୋଷାଣୀ ବ୍ଲକରେ ୨୫, କାଶୀନଗର ବ୍ଲକରେ ୧୬, ଗୁମ୍ମା ବ୍ଲକରେ ୩ ଓ ରାୟଗଡ଼ା ବ୍ଲକରେ ଗୋଟିଏ ଧାନ ସଂଗ୍ରହ କେନ୍ଦ୍ର ଖୋଲିବ। ଏହି ୪ ଗୋଟି ବ୍ଲକରେ ଆସନ୍ତା ମାସ ୧୫ ତାରିଖରୁ ଧାନ କିଣା ଆରମ୍ଭ ହେବ। ବୈଠକରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ନିର୍ବାହୀ ଅଧିକାରୀ ଗୁଣନିଧି ନାୟକ, ଏଏସପି ସୁନୀଲ ମହାନ୍ତି ମଞ୍ଚାସୀନ ଥିଲେ।

Comments are closed.