ଅବସର ନେବା ପାଇଁ ପୋଲିସ ଡିଜିଙ୍କୁ ରାଜ୍ୟ ସରକାରଙ୍କ ଅନୁମତି

ଭୁବନେଶ୍ୱର – ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ଆସନ୍ତା ଡିସେମ୍ବର ୩୧ତାରିଖରେ ସୁନୀଲ ବଂଶଲ ଅବସର ନେବାକୁ ଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ସେ ମୟୂରଭଞ୍ଜ ଜିଲ୍ଲାର ଏସପି ମଧ୍ୟ ଥିଲେ । ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତା’ ପରେ ଓଡିଶା ଫେରିବା ସହିତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।

Comments are closed.