ରାଷ୍ଟ୍ର ନିର୍ମାଣ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନୀତି ପାଇଁ ମନେ ରହିବେ ଇନ୍ଦିରା ଗାନ୍ଧି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧିଙ୍କ ଆଜି ଜୟନ୍ତୀ । ତାଙ୍କ ଜନ୍ମଦିନକୁ ଜାତୀୟ ସଂହତି ଦିବସ ଭାବେ ବି ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଇନ୍ଦିରା ଗାନ୍ଧିଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ର ନିର୍ମାଣ ଓ କୃଷି କ୍ଷେତ୍ରରେ ସଂସ୍କାର ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ ନୀତି ଯୋଗୁଁ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧି ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.