ବିଶ୍ୱକପ ଫାଇନାଲ: ଭାରତ ପ୍ରଥମ ଥର ପାଇଁ ଅଲ୍ଆଉଟ୍, ଅଷ୍ଟ୍ରେଲିଆ ଆଗରେ ୨୪୧ ରନ୍ ଟାର୍ଗେଟ୍ | News Room Odisha

ବିଶ୍ୱକପ ଫାଇନାଲ: ଭାରତ ପ୍ରଥମ ଥର ପାଇଁ ଅଲ୍ଆଉଟ୍, ଅଷ୍ଟ୍ରେଲିଆ ଆଗରେ ୨୪୧ ରନ୍ ଟାର୍ଗେଟ୍

ଅହମ୍ମଦାବାଦ :ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ମାତ୍ର ୨୪୧ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି | ଟସ୍ ହାରି ବ୍ୟାଟିଂ କରିଥିବା ଭାରତକୁ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଏକ ଧୂଆଁଧାର ଷ୍ଟାର୍ଟ ଦେଇଥିଲେ । ହେଲେ ଅଷ୍ଟ୍ରେଲିଆ ଶୃଙ୍ଖଳିତ ବୋଲିଂ ଓ ଫିଲ୍ଡିଂ ସହ ନିୟମିତ ବ୍ୟବଧାନରେ ଭାରତର ଓ୍ବିକେଟ୍ ଖସାଇବା ସହ ଭାରତୀୟ ରନ୍ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲା ।

ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ୫୦ ଓଭରରେ ୨୪୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଅଲ୍ଆଉଟ୍ ହୋଇଛି।

ଦଳ ପକ୍ଷରୁ ବିରାଟ କୋହଲି ୬୩ ବଲରେ ୪ଟି ଚୌକା ସହ ୫୪ ରନ୍ କରିଥିବା ବେଳେ କେଏଲ ରାହୁଲ ୧୦୭ ବଲରେ ମାତ୍ର ଗୋଟିଏ ଚୌକା ସହ ୬୬ ରନ୍ କରିଥିଲେ। କ୍ୟାପଟେନ ରୋହିତ ଶର୍ମା ୩୧ ବଲରେ ୪ଟି ଚୌକା ଓ ୩ଟି ଛକା ସହ ୪୭ ରନ୍ କରି ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ । କିନ୍ତୁ ତାଙ୍କ ଓ୍ବିକେଟ୍ ପରେ ଭାରତର ରନ୍ ହାର ଧିମେଇ ଯାଇଥିଲା । ଅବଶ୍ୟ ପିଚ୍ ମଧ୍ୟ ବ୍ୟାଟିଂ ପାଇଁ ସହଜ ନଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ପ୍ୟାଟ୍ କମିନ୍ସ ଓ ଜୋସ୍ ହାଜଲଉଡ୍ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ।

ଭାରତର ୨୪୦ ରନ୍ ଫାଇନାଲ ଜିତିବା ପାଇଁ ଯଥେଷ୍ଟ ହେବ କି ନାହିଁ ତାହା ମ୍ୟାଚ୍ ପରେ ଜଣାପଡ଼ିବ ।