ବିଧାନସଭା ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ, ଶୀତ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର – ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଦିନ । ଏ ନେଇ ବିଧାନସଭା ପକ୍ଷରୁ ପୂର୍ବାହ୍ନ ୧୧ଟାରୁ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ହିଁ ଉପବାଚସ୍ପତି ହେବା ନିଶ୍ଚିତ । ତେବେ, ଶାସକ ଦଳ ଏହି ପଦବୀ ପାଇଁ କାହାକୁ ପ୍ରାର୍ଥୀ କରୁଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସୂଚନାଯୋଗ୍ୟ ଯେ, ଚଳିତମାସ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ।

ଏଣେ ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ

ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିବ ।

Comments are closed.