୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବିଭିନ୍ନ ସଙ୍ଗଠନର ଶୁଭେଚ୍ଛା

ଭୁବନେଶ୍ବର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ସୋମବାର ୯ଟି ସରକାରୀ ଓ ବେସରକାରୀ ସଙ୍ଗଠନର ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ଓ ପାଚିକା ମହାସଂଘ, ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ଆସୋସିଏସନ୍, ବିଜୁ ପଟ୍ଟନାୟକ ଫାର୍ମାସି ଷ୍ଟୁଡେଣ୍ଟସ ଆସୋସିଏସନ୍, ଅଗ୍ରଗାମୀ ଅଘ୍ରିଆ ସୋସାଇଟି ଭୁବନେଶ୍ବର, ସିଏମସି କର୍ମଚାରୀ ସଂଘ ସଦସ୍ୟ ପ୍ରମୁଖ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି କଟକ ମାରଓ୍ବାଡି ସମାଜ, ଓଡ଼ିଶା ଠିକା କର୍ମଚାରୀ ଫେଡେରେସନ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍ ପ୍ରମୁଖ ମଧ୍ୟ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।

ଓଡିଶାର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବା କ୍ଷେତ୍ରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିରନ୍ତର ଉଦ୍ୟମକୁ ସେମାନେ ପ୍ରଶଂସା କରିଛନ୍ତି । ନୂଆ ଓଡିଶା ଗଠନ ଦିଗରେ ଚାଲିଥିବା ଅଭିଯାନରେ ସମସ୍ତଙ୍କ ଯୋଗଦାନ ରହିବ ବୋଲି କହିଛନ୍ତି ବିଭିନ୍ନ ଅନୁଷ୍ଠାନର ସଦସ୍ୟ ।

Comments are closed.