ସାଲୁଗା ପ୍ରଧାନ ହେବେ ବିଧାନସଭା ଉପବାଚସ୍ପତି | News Room Odisha

ସାଲୁଗା ପ୍ରଧାନ ହେବେ ବିଧାନସଭା ଉପବାଚସ୍ପତି

ଭୁବନେଶ୍ୱର – ଜି. ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଧାନସଭାର ନୂଆ ଉପବାଚସ୍ପତି ଭାବେ ଆଜି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ଏ ନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ଉପବାଚସ୍ପତି ପଦ ପାଇଁ ସାଲୁଗା ପ୍ରଧାନ ଏକମାତ୍ର ପ୍ରାର୍ଥୀ ଭାବେ ଗତକାଲି ନାମାଙ୍କନ ଦାଖଲ କରିଥିଲେ। ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ସାଲୁଗା ବିଧାନସଭାର ନୂଆ ଉପବାଚସ୍ପତି ହେବେ । ଚଳିତ ମାସ ୮ ତାରିଖରେ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦ ଖାଲି ପଡିଥିଲା ।

୬୪ ବର୍ଷିୟ ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା । ବିଜେଡି ଟିକେଟରେ ସାଲୁଗା ପ୍ରଧାନ ପ୍ରଥମେ ୨୦୦୦ ମସିହାରେ ଜି. ଉଦୟଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୯ ମସିହାରେ ମଧ୍ୟ ସାଲୁଗା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।