ସନ୍ଥ କବିର ସାହେବ ଓ ଧନୀ ଧର୍ମଦାସ ସାହେବଙ୍କ ୬୨୫ ତମ ଜୟନ୍ତୀ ଉତ୍ସବ ପୁରୀ ଠାରେ ଉଦଘାଟିତ

ପଞ୍ଚଦଶ ଶତାବ୍ଦୀ ଭକ୍ତି ଆନ୍ଦୋଳନର ପ୍ରମୁଖ କର୍ଣ ଧାର ସନ୍ଥକବିର ଭାରତୀୟ ଆଧ୍ୟାତ୍ମିକ ଜଗତର ଏକ ଉଜ୍ଜ୍ୱଳତମ ତାରକା ଥିଲେ। ସିଏ କହୁଥିଲେ ପରମାତ୍ମା ଙ୍କୁ ଲାଭ କରିବା ପାଇଁ ଥିବା ବିଭିନ୍ନ ପଥ ତାଙ୍କ ଦ୍ୱାରା ହିଁ ନିର୍ଦ୍ଧରିତ। କବିର ସାହେବ ଥିଲେ ଜ୍ଞାନ, ଭକ୍ତି, ବୈରାଗ୍ୟ ଓ ଯୋଗ ମାର୍ଗର ସମନ୍ଵୟ ର ପ୍ରତୀକ। ପ୍ରତ୍ୟେକ ଜୀବ ତାର ପ୍ରାରବ୍ଧ ଅନୁସାରେ ଏକ ଏକ ପଥ ଅନୁସରଣ କରି ସେହି ପରମାତ୍ମା ଙ୍କୁ ଲାଭ କରିଥାଏ। ସରଳ ଓ ସ୍ୱଚ୍ଛ ମନରେ ତାଙ୍କ ଶରଣାପନ୍ନ ହେଲେ ସିଏ ସହଜରେ ବ୍ୟକ୍ତି ହୃଦୟ ରେ ପ୍ରକଟ ହୋଇଥାନ୍ତି ବୋଲି ପୂଜ୍ୟ ପ୍ରକାଶମୁନି  ସାହେବ କହିଥିଲେ। ଦୀର୍ଘ ୬୨୫  ବର୍ଷ ପରେ ଏହି ପବିତ୍ର ଧାମରେ ଏପରି ଏକ ଆଧ୍ୟାତ୍ମିକ ସମାବେଶ, କବିର ପନ୍ଥ ଦ୍ୱାରା ଆୟୋଜିତ ହେବା ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ । ସନ୍ଥ ସମାଗମ ହରିକଥା ଜୀବନରେ ଦୁର୍ଲ୍ଲଭ ଅଟେ। ଭଗବାନ ଶ୍ରୀ ଜଗନ୍ନାଥଙ୍କ ଅଶେଷ କୃପାରୁ ଏବଂ ଆମମାନଙ୍କ ଅନେକ ଜନ୍ମର ପୁଣ୍ୟ ଫଳରୁ ଏହା ଆମକୁ ପ୍ରାପ୍ତ ହୋଇଅଛି।ସଦଗୁରୁ କବିରଙ୍କ ଅଶେଷ କୃପାରୁ ଆମେ ଗୁରୁମୁଖୀ ହୋଇଛୁ ଆମେ ମନମୁଖୀ ହୋଇ ନାହୁଁ। ଏହାହିଁ ଜୀବନର ସାର୍ଥକତା। କହତ କବିର ସୁନୋ ଭାଇ ସାଧୁ ର ମାର୍ମିକ ଅର୍ଥ  ଆମେ ପ୍ରତ୍ୟେକ ଭାଇ ଭାଇ ଅଟୁ। ଗୁରୁଙ୍କ ବାକ୍ୟକୁ କେବଳ ଶ୍ରବଣ ନକରି ତାକୁ କାମରେ ଲଗାଇବାକୁ ଉଚିତ ବୋଲି କବିର ସାହେବ ନିର୍ଦେଶ ଦେଇଥିଲେ ବୋଲି ପୂଜ୍ୟ ପ୍ରକାଶମୁନି ସାହେବ ମତ ରଖିଥିଲେ। ଅନନ୍ତ କାଳରୁ ଶୋଇଥିବା ମାୟାବଦ୍ଧ ଜୀବକୁ ଜାଗ୍ରତ କରି ପରମାତ୍ମା ଙ୍କ ଶରଣାପନ୍ନ କରେଇବା କବିରଜୀ ଙ୍କ ପରି ସଦଗୁରୁଙ୍କ ଦ୍ଵାରା ହିଁ ସମ୍ଭବ। ତେଣୁ ପ୍ରତ୍ୟେକ କବିର ପନ୍ଥୀ ଆଜିର ସମାଜକୁ ଏହି ପଥରେ ପରିଚାଳିତ କରେଇବାକୁ ସଂକଳ୍ପବଦ୍ଧ ବୋଲି ସିଏ କହିଥିଲେ।

ସଦଗୁରୁ କବିର  ଧନୀ ଧର୍ମଦାସ ସାହେବ ବଂଶାବଳୀ ପ୍ରତିନିଧି ସଭା ଦ୍ୱାରା ଆୟୋଜିତ ଏହି ଦିବ୍ୟ ସମାଗମକୁ  ସଭାପତି ପ୍ରକାଶ ପଟେଲ, ସମ୍ପାଦକ ବିଜୟ ମହନ୍ତ ଓ ବରିଷ୍ଠ ସଦସ୍ୟ ସତ୍ୟ ପ୍ରକାଶ ସୋନି ଉତ୍ସବ ପରିଚାଳନା କରିଥିଲେ। ଏହି ସମାଗମରେ  ଦେଶ ବିଦେଶର ପ୍ରାୟ ୪୦ ହଜାର କବିର ପନ୍ଥୀ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।

Comments are closed.