ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି, ଚାରି ଘଣ୍ଟା ବନ୍ଦ ର‌ହିବ ଦର୍ଶନ

ପୁରୀ – ଆଜି ମାର୍ଗଶୀର ମାସ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ହେବ ବନକଲାଗି ନୀତି । ଏ‌ହାକୁ ଶ୍ରୀମୁଖ ଶୃଙ୍ଗାର ନୀତି ବୋଲି ମଧ୍ୟ କୁହାଯାଏ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜିଉମାନଙ୍କର ସର୍ବସାଧାରଣଙ୍କ ଦର୍ଶନ ଆଜି ଚାରି ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ ରହିବ ।

Comments are closed.