ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ : ନର୍ସିଂ ଅଫିସରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏକାଧିକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ନିଯୁକ୍ତି ବି ଦିଆଯାଉଛି। ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ କଲେଜ ପାଇଁ ନର୍ସିଂ ଅଫିସରମାନଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ୩ ହଜାର ୭୩୨ ନର୍ସିଂ ଅଫିସର ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ମେଡିକାଲରେ ଯୋଗ ଦେବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନିଯୁକ୍ତି ପର୍ବ’ କାର୍ଯ୍ୟକ୍ରମରେ ନର୍ସିଂ ଅଫିସରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

Comments are closed.