ଏଥର ରାଜ୍ୟରେ ଶୀତର ତୀବ୍ରତା କମ୍ ରହିବ

ଭୁବନେଶ୍ୱର – ଏଥର ଓଡ଼ିଶାରେ ଶୀତର ତୀବ୍ରତା କମ୍ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏ ବର୍ଷ ଡିସେମ୍ବର ଓ ଆସନ୍ତାବର୍ଷ ଫେବ୍ରୁଆରୀ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ତେଣୁ ଶୀତ ଋତୁ ଉଷ୍ମ ରହିବ । ଏ ବର୍ଷ ରାଜ୍ୟରେ ନଭେମ୍ବର ମାସରେ ମଧ୍ୟ ଶୀତର ପ୍ରକୋପ ଅନୁଭୂତ ହୋଇନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ଶୀତର ତୀବ୍ରତା ସେତେ ନଥିବା ପରିଲକ୍ଷିତ ହୋଇଛି।

Comments are closed.