ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ଡିସେମ୍ବର ୩୧ ସମୟସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ 

ଭୁବନେଶ୍ବର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ମାଣାଧୀନ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ପରିଦର୍ଶନ କରିଛନ୍ତି। ଅତି ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ୩୧ ଡିସେମ୍ବର ସମୟସୀମା ମଧ୍ୟରେ କାମ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ବେଳେ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛନ୍ତି ୫-ଟି ଅଧ୍ୟକ୍ଷ । ଆଇଟି ଭିତ୍ତିଭୂମି, ଯାତ୍ରୀଙ୍କ ସୁବିଧା ଆଦିକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ୍ ।

ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀ ବିଶ୍ରାମାଗାର, ସଠିକ ପରିମଳ ବ୍ୟବସ୍ଥା, ବସ୍ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଟ୍ୟାକ୍ସି ସଂଘ, ବସ୍ ମାଲିକ ସଂଘ, ଓଏସ ଆରଟିସିର ଅଧିକାରୀଙ୍କୁ ନିର୍ମାଣ କାମରେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ୫- ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି ଅଧିକାରୀ, ବିଡିଏ ଅଧିକାରୀ ଉପସ୍ଥିତ ରହିଥିଲେ । ବରମୁଣ୍ଡା ବସ ଟର୍ମିନାଲ ୧୫.୫ଏକର ଜାଗାରେ ନିର୍ମାଣାଧୀନ ରହିଛି ।

Comments are closed.