ପାହାଳ ଛକ ନିକଟରେ ଟ୍ରକକୁ ପିଟିଲା କାର୍, ୨ ମୃତ, ୧ ଆହତ

ଭୁବନେଶ୍ୱର -ରାଜ୍ୟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପ୍ରାୟ ଆନନ୍ଦପୁର ପରି ଦୁର୍ଘଟଣା । ଭୁବନେଶ୍ୱର ଉପକଣ୍ଠ ପାହାଳ ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛକୁ କାର୍ ପିଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ‌। ମୃତାହତମାନେ ଯାଜପୁର ଓ ଭଦ୍ରକର ବୋଲି ଜଣାପଡିଛି। କାରଟି କଟକରୁ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା।

Comments are closed.