ଦୁର୍ନୀତିଗ୍ରସ୍ତ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ | News Room Odisha

ଦୁର୍ନୀତିଗ୍ରସ୍ତ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ତାଙ୍କଠାରୁ ୩୭ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଭିଜିଲାନ୍ସ ଗିରଫ କରିବା ପରେ ସୁଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ଗତ ସପ୍ତାହରେ ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀ ବୈପାରିଗୁଡାରୁ ଏକ ଘରୋଇ ବସରେ ନିଜ ଘର କଟକ ଯାଉଥିବା ବେଳେ ଜୟପୁର ନିକଟରେ ତାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା । ପରେ ତାଙ୍କୁ ସରକାରୀ ବାସଭବନ, ଅଫିସ ଚାମ୍ବର ଓ କଟକ ସ୍ଥିତ ବାସଭବନରେ ଭିଜିଲାନ୍ସ ଖାନତଲାସୀ କରି ଲକ୍ଷ ଲକ୍ଷ ଟଙ୍କା ଠାବ କରିଥିଲା । ଏତେ ଟଙ୍କା ସେ କୁଆଡୁ ପାଇଲେ ସେ ନେଇ ସୁଶାନ୍ତ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।