୫-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଛା ଜଣାଇଲେ ଏକାଧିକ ସଙ୍ଗଠନ

ଭୁବନେଶ୍ବର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜାରି ରହିଛି । ଆଜି ନବୀନ ନିବାସରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ବିଭିନ୍ନ ସଂଗଠନର ସଦସ୍ୟ । ବିଜେଡ଼ି ସାଂସ୍କୃତିକ ସାମ୍ମୁଖ୍ୟ, ଲିଗାଲ ଫ୍ରଣ୍ଟ, ଅପ୍ରବାସୀ ସାମ୍ମୁଖ୍ୟ, ରାଜ୍ୟ ହୋମଗାର୍ଡ଼ ସଂଘ, ସ୍ବାସ୍ଥ୍ୟ ମିତ୍ର ସଂଘ, ଏକ୍ସ-ସର୍ଭିସ ମେନ ସଂଘ ପ୍ରମୁଖ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟି ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଚାଲିଥିବା ବିକାଶର ଧାରାରେ ଭୂମିକା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସମସ୍ତଙ୍କୁ ମିଳିମିଶି ବିକାଶ କାର୍ଯ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବାକୁ ୫-ଟି ସଚିବ ଆହ୍ବାନ ଦେଇଛନ୍ତି । ସଙ୍ଗଠନ ଗୁଡ଼ିକ ବିକଶିତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.