ରାଜଧାନୀରେ ଆଉ ଏକ ସଡକ ଦୁର୍ଘଟଣା

ଭୁବନେଶ୍ୱର – ରାଜଧାନୀରେ ପୁଣି ଏକ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡିଯାଇ ଅନ୍ୟପାର୍ଶ୍ୱରେ ଆସୁଥିବା ଏକ ବସକୁ ପିଟିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମଧ୍ୟ ଏକ ଦୁର୍ଘଟଣାରେ ଘଟିଥି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ କାର୍ ଠିଆ ହୋଇଥିବା ଟ୍ରକର ପଛପଟେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।

Comments are closed.