ଭୁବନେଶ୍ୱର -ହାୱଡା ଜନଶତାବ୍ଦୀ ଟ୍ରେନରେ ନିଆଁ | News Room Odisha

ଭୁବନେଶ୍ୱର -ହାୱଡା ଜନଶତାବ୍ଦୀ ଟ୍ରେନରେ ନିଆଁ

କଟକ- ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ । କଟକ ଷ୍ଟେସନରେ ଟ୍ରେନର ଗୋଟିଏ ବଗି ତଳେ ନିଆଁ ଲାଗି ଯାଇଥିଲା । ବଗି ତଳୁ ପ୍ରବଳ ଧୂଆଁ ବାହାରିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ବ୍ରେକ୍ ବାଇଡିଂ ଯୋଗୁ ନିଆଁ ଲାଗିଥିବା ରେଲଓ୍ବେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗ୍ନିଶମ ବାହିନୀ ସଂପୃକ୍ତ ବଗିର ନିଆଁକୁ ଆୟତ୍ତ କରିବା ପରେ ଟ୍ରେନକୁ ଛଡ଼ାଯାଇଛି । ଏହି ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ।