କିଷାନ କ୍ରେଡିଟ ନାଁରେ ଦୁର୍ନୀତି ଅଭିଯୋଗରେ ଦୁଇ ପୂର୍ବତନ ବ୍ୟାଙ୍କ ଅଧିକାରୀ ଗିରଫ  | News Room Odisha

କିଷାନ କ୍ରେଡିଟ ନାଁରେ ଦୁର୍ନୀତି ଅଭିଯୋଗରେ ଦୁଇ ପୂର୍ବତନ ବ୍ୟାଙ୍କ ଅଧିକାରୀ ଗିରଫ 

ଭୁବନେଶ୍ବର – କିଷାନ କ୍ରେଡିଟ୍ ନାଁରେ ଦୁର୍ନୀତି ଅଭିଯୋଗରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ଓ ପୂର୍ବତନ କୃଷି ଅର୍ଥ ଅଧିକାରୀଙ୍କୁ ଗିରଫ କରାଯାଇଛି। ଡମ୍ବୁରୁଧର ନାୟକ ଓ ଦେବୀଦତ୍ତ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ଦୁଇ ଜଣଙ୍କ ବିରୋଧରେ ୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟାଙ୍କ ଦୁର୍ନୀତି ଅଭିଯୋଗ ରହିଛି। ସେଣ୍ଟ୍ରାଲ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଦୁଇଜଣଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ। ୨୦୧୫ରୁ ୨୦୧୮ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି କରାଯାଇଥିଲା। ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଚଳୁ କରିଥିଲେ ଦୁଇ ଅଭିଯୁକ୍ତ। ଏପରିକି ସେମାନେ ସରକାରୀ ସବସିଡିକୁ ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।