କଳିଙ୍ଗରେ ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର -କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଉଚ୍ଚକୋଟୀର ବ୍ୟବସ୍ଥା ରହିଛି ।ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବେଶ୍ ସହାୟକ ହେବ ।

ଗୋଟିଏ ଛାତ ତଳେ କ୍ରୀଡ଼ାବିତଙ୍କ ପାଇଁ ରହିଛି ସବୁ ସୁବିଧା । ରହିବାଠୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ସୁବିଧା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉପଲବ୍ଧ ରହିଛି ।ଏଥିରେ ମାଇଣ୍ଡ ଲ୍ୟାବ୍ ସହ ରିହାବିଲେସନ ଲ୍ୟାବ, ରିକଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସନାଲ ଲ୍ୟାବ, ପୋଷ୍ଟୁରାଲ ଲ୍ୟାବ, ବାୟୋମେକାନିକ୍ସ ଲ୍ୟାବ, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ ରହିଛି । ଏହା ସହିତ ବିଶ୍ବସ୍ତରୀୟ ଉପକରଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ସହ ଆହତ କ୍ରୀଡ଼ାବିତଙ୍କୁ ଫିଟ୍ ରଖିବା, କ୍ରୀଡ଼ାବିତଙ୍କ ଶାରୀରିକ ଓ ମାନସିକ ଦକ୍ଷତା ପରଖିବା ଆଦି ଦିଗ ଉପରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ। ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି। ଫିଜିଓଥେରାପିଷ୍ଟ, ବାୟୋମେକାନିଷ୍ଟ, ଷ୍ଟ୍ରେନ୍ଥ କଣ୍ଡିସନିଂ ସ୍ପେଶାଲିଷ୍ଟ, କ୍ରୀଡ଼ା ବିଜ୍ଞାନୀ, ସ୍ପୋର୍ଟସ ମେଡିସିନ ସ୍ପେଶାଲିଷ୍ଟ ଏବଂ ସ୍ପୋର୍ଟ୍ସ ମସାଜ ଥେରାଫିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। କ୍ରୀଡ଼ାବିତଙ୍କ ଭବିଷ୍ୟତ ଗଠନ ଓ ପ୍ରେରଣା ଯୋଗାଇବା ନିମନ୍ତେ ଏହି କ୍ରୀଡ଼ା ବିଜ୍ଞାନକେନ୍ଦ୍ର ପେଣ୍ଠସ୍ଥଳ ସାଜିବ ।

Comments are closed.