ଆଜି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ | News Room Odisha

ଆଜି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର- ଆଜି ବସିବ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ। ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଏଥିରେ କାର୍ଯ୍ୟକାରିଣୀ ସଦସ୍ୟ, ବିଧାୟକ, ସାଂସଦ ଓ କର୍ମକର୍ତ୍ତାମାନେ ଯୋଗ ଦେବେ । ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ବିଚାରବିମର୍ଶ ହେବା ସମ୍ଭାବନା ରହିଛି।

ସଏଣେ ଚଳିତମାସ ୨୬ ତାରିଖରେ ୨୭ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି ବିଜେଡି । ଏଥିପାଇଁ ପ୍ରତି ବ୍ଲକ୍‌, ପୌରାଞ୍ଚଳ ଓ ନିର୍ବାଚନମଣ୍ଡଳୀରେ ସମାରୋହ ହେବ । ଦଳର ସବୁ କର୍ମୀଙ୍କୁ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଦଳ ପକ୍ଷରୁ ଆଜି ପ୍ରେସମିଟରେ ସୂଚନା ଦିଆଯାଇଛି। ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ।

ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ। ଦଳର ପ୍ରତିଷ୍ଠା ଦିବସରେ ଆନନ୍ଦ ଭବନରୁ ଶଙ୍ଖ ଭବନକୁ ଏକ ସାଇକେଲ ରାଲି ଆୟୋଜନ କରାଯିବ ।

ରାଜ୍ୟବାସୀଙ୍କ ସେବା ପାଇଁ ଦଳର କର୍ମକର୍ତ୍ତା ସଙ୍କଳ୍ପ ନେବାକୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।