ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ ପାଇଁ ଅଭିଯାନ  | News Room Odisha

ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ ପାଇଁ ଅଭିଯାନ 

ପୁରୀ – ଶ୍ରୀମନ୍ଦିର ପରିସରକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ପ୍ରୟାସ। ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବାକୁ ଅଭିଯାନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ପଲିଥିନ ବ୍ୟାଗରେ ଭୋଗ ଓ ଫୁଲ ଦିଆନିଆ ବନ୍ଦ କରିବାକୁ ସମସ୍ତ ନିଯୋଗ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ଲାଷ୍ଟିକ ଓ ପଲିଥିନ ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗକୁ ମଧ୍ୟ ଅନୁରୋଧ କରାଯାଇଛି। କାଗଜ ବା କପଡା ବ୍ୟାଗ କିମ୍ବା କାଠ, ବାଉଁଶ ଓ ପତ୍ର ନିର୍ମିତ ଚାଙ୍ଗୁଡ଼ି ବ୍ୟବହାର ପାଇଁ କୁହାଯାଇଛି ।