ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ: ୧୩ଟି ଜିଲ୍ଲାରେ ୫୯ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓଡ଼ିଶା । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଗାଁ ଗାଁରେ ଲୋକେ ଉପକୃତ ହେଉଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ଟି ଜିଲ୍ଲାରେ ୫୯ଟି ପ୍ରକଳ୍ପର ଲୋକାର୍ପଣ କରିବେ। ୨୫୦୦ କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏତଦ୍ ବ୍ୟତୀତ ୧୮୦୦ କୋଟି ଟଙ୍କା ବ୍ୟୟରେ ୯ଟି ଜିଲ୍ଲାରେ ୩୩ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

Comments are closed.