ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ  | News Room Odisha

ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ 

ଭୁବନେଶ୍ୱର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସକାଳ ୫ରୁ ୭ଟା ଯାଏଁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ ବେଳେ ପ୍ରସ୍ତୁତ ହେଉଥିବା ବିଭିନ୍ନ ବ୍ୟବସ୍ଥାର ସେ ତଦାରଖ କରିଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ହୋଲଡିଂ ସ୍ପେସ୍ ଓ ଶୃଙ୍ଖଳିତ ଧାଡି ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ ୫-ଟି ଅଧ୍ୟକ୍ଷ । ପରିକ୍ରମା ପ୍ରକଳ୍ପ ସହ ଜଡ଼ିତ ସବୁ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲ୍ୟାଣ୍ଡସ୍କାପିଂ କାର୍ଯ୍ୟ, ମଠ ପୁନଃରୁଦ୍ଧାର, ଧାଡି ପରିଚାଳନା ବ୍ୟବସ୍ଥା, ଦୁଇ ଚକିଆ ଯାନ ପାର୍କିଂ ସ୍ଥାନ, ଇଟିପି ଆଦି କାର୍ଯ୍ୟର ତଦାରଖ କରିଛନ୍ତି ନବୀନ ଓଡ଼ିଶା ଅଧ୍ୟକ୍ଷ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରକଳ୍ପ କାର୍ଯ୍ୟ ବାବଦରେ ଥିବା ସବୁ ସମସ୍ୟାର ବିସ୍ତୃତ ସମୀକ୍ଷା କରିବା ସହ ପୂର୍ବ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

୫-ଟି ଅଧ୍ୟକ୍ଷଙ୍କ ପରିକ୍ରମା ପ୍ରକଳ୍ପ ସମୀକ୍ଷା ବେଳେ ପୁରୀ ଜିଲ୍ଲାପାଳ, ଏସପି, ଓବିସିସି ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।