ଜେଲରେ କାଶ୍ମୀରୀ ଯୁବକ ବୁଖାରୀ, ଆତଙ୍କୀ ଲିଙ୍କ୍ ନେଇ ଖୋଳତାଡ଼ କରିବ ପୋଲିସ

ଭୁବନେଶ୍ୱର – ଯାଜପୁରରୁ ଧରାପଡିଥିବା କାଶ୍ମୀରୀ ଯୁବକ ସୟିଦ ଇଶାନ ବୁଖାରୀକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ତାକୁ ଗିରଫ କରି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଯାଜପୁର ଚଣ୍ଡିଖୋଲ କୋର୍ଟରେ ତାକୁ ହାଜର କରଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାକୁ ଯାଜପୁର ଜିଲ୍ଲା ସବଜେଲରେ ରଖାଯାଇଛି। ସେ ଜଣେ ବହୁରୂପୀ ଠକ ଭାବେ ଜଣାପଡିଥିଲେ ମଧ୍ୟ ତା’ର ଆତଙ୍କୀ ଲିଙ୍କ ନେଇ ଖୋଳତାଡ଼ କରାଯାଉଛି ।

କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ଆସିଥିବା କାଶ୍ମୀର ସୟିଦ ଇଶାନ ବୁଖାରୀର ଘର କୁପୱାରାରେ ବୋଲି ଜଣାପଡିଛି। ତା ନିକଟରୁ ବହୁ ଜାଲ୍ କାଗଜପତ୍ର ଜବତ ହୋଇଛି। ଜାଲ୍ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ୍ ଜବତ କରାଯାଇଛି ।

କେବେ ସେନା ଡାକ୍ତର ତ କେବେ ପିଏମଓ ଅଧିକାରୀ କହି ଯାଜପୁର ଧର୍ମଶାଳାରେ ସେ ନିଜର ନେଟୱର୍କ ଚଳାଇଥିଲା ।

Comments are closed.