ପୂରଣ ହେବ ଦାବି, କଥା ରଖିବେ ମୁଖ୍ୟମନ୍ତ୍ରୀ : ଡିସେମ୍ବର ୩୦ରେ ପଦ୍ମପୁରକୁ ନୂଆ ଜିଲ୍ଲା ଘୋଷଣା କରିବେ ନବୀନ

ଭୁବନେଶ୍ବର – ପଦ୍ମପୁରବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି । ଚଳିତମାସ ୩୦ ତାପମାତ୍ରା ବରଗଡ଼ ଜିଲା ଅଧୀନରେ ଥିବା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ନୂଆ ପଦ୍ମପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ଚିହ୍ନଟ ସରିଛି। ଆସନ୍ତା ୩୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଘୋଷଣା ନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ନୂଆ ଜିଲ୍ଲା ଘୋଷଣା ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ଚାଲିଛି।

ଚଳିତମାସ ୪ ତାରିଖରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ପଦ୍ମପୁରକୁ ଯାଇ ସମ୍ଭାବ୍ୟ ପ୍ରଶାସନିକ ମୁଖ୍ୟାଳୟ ସ୍ଥାନ ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅନ୍ୟ ବିଭାଗୀୟ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ନିର୍ମାଣ ପାଇଁ ସ୍ଥାନ ନିରୀକ୍ଷଣ କରିଥିଲେ। କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଏହାର ଅନୁଧ୍ୟାନ କରାଯାଉଛି ।

ଉପନିର୍ବାଚନ ପ୍ରଚାର ବେଳେ ପଦ୍ମପୁର ଜିଲ୍ଲା ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏ ବର୍ଷ ଫେବ୍ରୁଆରୀ ନିଜର ପ୍ରତିଶ୍ରୁତି ଦୋହରାଇ ଥିଲେ ମୁଖ୍ୟମନ୍ତ୍ରୀ।

Comments are closed.