କଡ ଲେଉଟାଇଲା କୋରୋନା, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ମାର୍ଗଦର୍ଶିକା | News Room Odisha

କଡ ଲେଉଟାଇଲା କୋରୋନା, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ମାର୍ଗଦର୍ଶିକା

ଭୁବନେଶ୍ୱର – ରାଜ୍ୟରେ ପୁଣି କୋରୋନାକୁ ନେଇ ଚିନ୍ତା । କୋରୋନାର ନୂଆ ଭାରିଆଣ୍ଟ ଜେଏନ୧କୁ ନେଇ ଦେଶବ୍ୟାପୀ ଚିନ୍ତା ପ୍ରକାଶ ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ମାର୍ଗଦର୍ଶିକା ଜାରି କରିଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।