ଆଜି ରାଉରକେଲା – କୋଲକାତା ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହକୁ ୩ ଦିନ ଉଡିବ ବିମାନ

ରାଉରକେଲା – ଇସ୍ପାତ ନଗରୀ ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଆଜିଠୁ ରାଉରକେଲା ଓ କୋଲକାତା ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ ହେବ । ସପ୍ତାହକୁ ତିନି ଦିନ – ମଙ୍ଗଳବାର, ଗୁରୁବାର ଓ ଶନିବାର ରାଉରକେଲା ଓ କୋଲକାତା ମଧ୍ୟରେ ବିମାନ ଚଳାଚଳ କରିବ । ଦୁଇ ସହର ମଧ୍ୟରେ ଏଟିଆର -୭୨ ବିମାନ ଚଳାଚଳ କରିବ । ବିମାନଟି ପୂର୍ବାହ୍ନ ୧୧ଟାରେ କୋଲକାତାରୁ ବାହାରି ରାଉରକେଲାରେ ସାଢେ ୧୨ଟାରେ ପହଞ୍ଚିବ । ରାଉରକେଲାରେ ବିମାନ ୩ ଘଣ୍ଟା ୨୦ ମିନିଟ ରହିବ । ଅପରାହ୍ନ ୩ଟା ୫୦ ମିନିଟରେ ବିମାନ କୋଲକାତା ଅଭିମୁଖେ ବାହାରି ସେଠାରେ ସନ୍ଧ୍ୟା ୫ଟା ୨୦ରେ ପହଞ୍ଚିବ । ସପ୍ତାହର ଅନ୍ୟ ଚାରି ଦିନ ରାଉରକେଲାରୁ ଭୁବନେଶ୍ୱର ଦେଇ ବିମାନ କୋଲକାତା ଯିବ ବୋଲି ସୂଚନା ମିଳିଛି।

Comments are closed.