ଆଜି ମାଓ ମୁକାବିଲା ସମୀକ୍ଷା ବୈଠକ 

ଭୁବନେଶ୍ୱର – ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନର ନେଇ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିବ । ଏଥିରେ ଗୁଇନ୍ଦା ନିଦ୍ଦେର୍ଶକ ସଞ୍ଜୀବ ପଣ୍ଡା ,ଏଡିଜି (ଅପରେସନ) ଦେବଦତ୍ତ ସିଂହ, ରାଜ୍ୟ ଗୁଇନ୍ଦା ଶାଖା ଡିଆଇଜି ଉମାଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହିବେ। ବୈଠକରେ ରାଜ୍ୟର ୧୦ଟି ନକ୍ସଲ ପ୍ରଭାବିତ ଜିଲ୍ଲାର ଏସପିଙ୍କ ସହ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲା ଏସପି ମଧ୍ୟ ଯୋଗ ଦେବେ । ଏଣେ ମାଓ ଗତିବିଧି ଉପରେ ନଜର ରଖିବାକୁ ଓଡ଼ିଶାରେ ଆଉ ୧୧ଟି କ୍ୟାମ୍ପ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି।

Comments are closed.