ରାଜ୍ୟରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ 

ଭୁବନେଶ୍ବର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ୧୮ଟି ସକ୍ରିୟ କୋରୋନା ମାମଲା ରହିଛି । ଏଣେ ଆସନ୍ତାକାଲି ନୂଆବର୍ଷ ଥିବାରୁ ଲୋକଙ୍କୁ ପୂର୍ବରୁ ସତର୍କ କରିଛି ସ୍ବାସ୍ଥ୍ୟ ବିଭାଗ । ଭିଡ ସ୍ଥାନକୁ ନ ଯାଇ ଘରେ ସେଲିବ୍ରେସନ କରିବାକୁ କୁହାଯାଇଛି । ଏଥିସହ ଥଣ୍ଡା, ଜ୍ବର, କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ ଓ ଡିସିଏମଓଙ୍କୁ ଏନେଇ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରକୁ ଥିବା ସମସ୍ତ ମେଡିକାଲରେ ସର୍ଭେଲାନ୍ସ ବୃଦ୍ଧି କରିବା ଉପରେ ଗୁରୁଦ୍ବ ଦିଆଯାଇଛି । କୋଭିଡ୍ ପଜିଟିଭ୍ ହେଉଥିବା ଆକ୍ରାନ୍ତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବୟସ୍କ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି।

Comments are closed.