ନିଟ୍, ଜେଇଇ ପାଇଁ ଆଜିଠୁ ଯୁକ୍ତ ଦୁଇ କଲେଜରେ ମାଗଣା ଅନଲାଇନ କୋଚିଂ କ୍ଲାସ

ଭୁବନେଶ୍ବର – ପୂର୍ବ ନିଷ୍ପତ୍ତି କ୍ରମେ ଆଜିଠୁ ରାଜ୍ୟର ଯୁକ୍ତ ଦୁଇ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଏନଇଇଟି ଓ ଜେଇଇ କୋଚିଂ ଦିଆଯିବ । ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ । ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଇଛୁକ ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇଣ୍ଟରଆକ୍ଟିଭ ପ୍ୟାନେଲ ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ନିଟ୍ ଓ ଜେଇଇରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମାଗଣା କୋଚିଂ ଦେବାର ପାଇଁ ଗତବର୍ଷ ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା। ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ।

Comments are closed.