ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ , ୩ ଯବାନ ଗୁରୁତର  | News Room Odisha

ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ , ୩ ଯବାନ ଗୁରୁତର 

ବୌଦ୍ଧ – ସୁରକ୍ଷାକର୍ମୀଙ୍କୁ ନକ୍ସଲଙ୍କ ଆହ୍ବାନ। କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ଆଇଡି ବିସ୍ଫୋରଣ ହୋଇଛି । ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ହେବାରୁ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଆହତଙ୍କୁ ଉଦ୍ଧାର ପାଇଁ ସେଠାକୁ ୨ଟି ଟିମ୍ ପଠାଯାଇଛି ।

ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ହୋଇଛି। ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।