ଲାଞ୍ଚ ନେବାବେଳେ ଧରାପଡ଼ିଲେ ଥାନା ବାବୁ | News Room Odisha

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଥାନା ବାବୁ

ଜୟପୁର – ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ପୋଲିସ ବାବୁ।ଜୟପୁର ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ଅନୀଲ କୁମାର ନାୟକ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା । ଜବତ ହୋଇଥିବା ଏକ ଗାଡ଼ିକୁ ଛାଡ଼ିବା ପାଇଁ ଏଏସଆଇ ଲାଞ୍ଚ ମାଗିଥିଲେ।

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇଙ୍କ ସରକାରୀ ଘର ଓ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।