ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ନିଯୁକ୍ତି ପର୍ବ

ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ‘ନିଯୁକ୍ତି ପର୍ବ’ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେବେ ।

ନିଯୁକ୍ତି ପର୍ବରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୩୫୪ ଜଣଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ନବନିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୯୪ ଜଣ ସହକାରୀ ତାଲିମ ଅଧିକାରୀ ଓ ୧୫୦ ଜଣ କନିଷ୍ଠ ସହାୟକ ।
ଉଚ୍ଚଶିକ୍ଷା ବିଭାଗରେ ନୂଆ ନିଯୁକ୍ତ ହୋଇଥିବା ୧୫୮ ଜଣଙ୍କୁ ମିଳିବ ନିଯୁକ୍ତି ପତ୍ର । ବିଭିନ୍ନ ସରକାରୀ ମହାବିଦ୍ୟାଳୟ ପାଇଁ ୧୫୮ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଳିବ ନିଯୁକ୍ତି ପତ୍ର ।

Comments are closed.