ସଫଳ ଅସ୍ଥି ମଜ୍ଦା ପ୍ରତିରୋପଣ : ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଡାକ୍ତରମାନଙ୍କୁ ସିଏମଓଙ୍କ ଅଭିନନ୍ଦନ

ଭୁବନେଶ୍ୱର – କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଜଣେ ୧୯ ବର୍ଷିୟ ରକ୍ତ କର୍କଟ ରୋଗାକ୍ରାନ୍ତଙ୍କଠାରେ ପ୍ରଥମ ଥର ପାଇଁ ସଫଳତାର ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ଏହି ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲ କଲେଜ ଓ ହସପିଟାଲ ଏବଂ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିନନ୍ଦନ ଜଣାଇଛନ୍ତି। ଏହି ବ୍ୟୟବହୁଳ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଖର୍ଚ୍ଚ ବହନ କରାଯାଇଛି ।

ଏହି ବ୍ୟୟବହୁଳ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ଗୁଣାତ୍ମକ ଓ ସୁଲଭ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ଏହା ସୂଚାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Comments are closed.