ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ଆଜି ହେବ ଅଙ୍କୁରପୂଜନ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ଶ୍ରୀନଅରରେ ଆଚାର୍ଯ୍ୟ ବରଣ କରାଯିବା ସହ ଅଙ୍କୁରାରୋପଣ ହୋଇଥିଲା । ଆଜି ହେବ ଅଙ୍କୁରପୂଜନ । ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ହେବ ଅଙ୍କୁରପୂଜନ।

ଶୁକ୍ରବାର ସନ୍ଧ୍ୟାରେ ଗଜପତି ମହାରାଜାଙ୍କ ଦିବ୍ୟସିଂହ ଦେବ ଶ୍ରୀନଅରରେ ଆସନ୍ତା ୧୫ରୁ ଆରମ୍ଭ ହେଉଥିବା ତ୍ରିଦିନାତ୍ମକ ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିଥିଲେ । ଷୋଳଶାସନର ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ଗଜପତି ମହାରାଜା ପ୍ରଥମେ ରାଜଗୁରୁ ସୁଧାଂଶୁ ରାଜଗୁରୁଙ୍କୁ ପ୍ରଧାନ ଆଚାର୍ଯ୍ୟ ରୂପେ ବରଣ କରି ଗୁଆ ନଡ଼ିଆ ଟେକିଥିଲେ । ଏହାପରେ ଷୋଳଶାସନର ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଗୁଆ ନଡ଼ିଆ ଟେକାଯାଇ ବରଣ କରାଯାଇଛି। ସେମାନେ ଯଜ୍ଞ କର୍ମାଦି କରିବେ ।
ଆସନ୍ତାକାଲି ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ଓ ତୋରଣ ସ୍ଥାପନ କରାଯିବ ।

Comments are closed.