ପଞ୍ଚାୟତର ଚାଷୀମାନଙ୍କୁ ଆଗୁଆ ମିଳିବ ପାଣିପାଗ ସୂଚନା, ଆଇଏମଡି ଲଞ୍ଚ୍ କଲା ପଞ୍ଚାୟତ ମୌସମ ସେବା ଆପ୍ | News Room Odisha

ପଞ୍ଚାୟତର ଚାଷୀମାନଙ୍କୁ ଆଗୁଆ ମିଳିବ ପାଣିପାଗ ସୂଚନା, ଆଇଏମଡି ଲଞ୍ଚ୍ କଲା ପଞ୍ଚାୟତ ମୌସମ ସେବା ଆପ୍

ନୂଆଦିଲ୍ଲୀ – ଏଣିକି ଦେଶର ପ୍ରତି ପଞ୍ଚାୟତର ଚାଷୀ ଭାଇମାନଙ୍କ ପାଖରେ ଆଗୁଆ ପହଞ୍ଚିବ ପାଣିପାଗ ସୂଚନା। ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର । ଭାରତୀୟ ପାଣିପାଗ ବିଭାଗ -ଆଇଏମଡିର ୧୫୦ ତମ ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ ହୋଇଥିବା ‘ପଞ୍ଚାୟତ ମୌସମ ସେବା’- ପିଏମ ଏସ ଆପ୍ ଜରିଆରେ ପଞ୍ଚାୟତର ଚାଷୀମାନେ ପାଣିପାଗ ସମ୍ବନ୍ଧିତ ସୂଚନା ପାଇପାରିବେ। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏହି ପିଏମଏସ ଆପ୍ ର ଶୁଭାରମ୍ଭ କରିଛନ୍ତି। ପଞ୍ଚାୟତ ମୌସମ ସେବା ଏହି ଓଡ଼ିଆ ସମେତ ୧୨ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଏହି ଆପ ଜରିଆରେ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ଗତି ସମ୍ପର୍କରେ ପ୍ରାକ୍ ସୂଚନା ପାଇ ପାରିବେ ଚାଷୀ । କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ସେବା ଫଳପ୍ରଦ ହେବ ବୋଲି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।