ସଂକ୍ଷେପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପଣ ହେବ । ଆସନ୍ତା ସଂକ୍ଷେପରେ ଏହି ପ୍ରକଳ୍ପ ଉପରେ ନଜର ପକାଇବା ।

* ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିସର ମଧ୍ୟରେ ଥିବା ସମସ୍ତ ଆବାସିକ ଓ ବ୍ୟବସାୟିକ କୋଠା ଉଚ୍ଛେଦ କରାଯାଇ ଶ୍ରୀମନ୍ଦିରର ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ବ୍ୟବସ୍ଥା।

* ମେଘନାଦ ପାଚେରୀ ଚାରିପାଖରେ ନିର୍ମାଣ କରାଯାଇଥିବା ପ୍ରଦକ୍ଷିଣ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷାକର୍ମୀ, ସୁରକ୍ଷା ଗାଡ଼ି, ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସର ଅବାଧ ଚଳପ୍ରଚଳ ପାଇଁ ସୁବ୍ୟବସ୍ଥା।

* ରଥଯାତ୍ରା ବେଳେ ତିନିରଥର ସୁଗମ ଚଳାଚଳ ପାଇଁ ସିଂହଦ୍ୱାର ବା ଶ୍ରୀମନ୍ଦିରର ମୁଖ୍ୟ ପୂର୍ବ ଦ୍ୱାରରେ ପର୍ଯ୍ୟାପ୍ତ ଖୋଲା ସ୍ଥାନ ଛାଡିବା ।

* ଶ୍ରୀମନ୍ଦିରରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବେଳେ ଠାକୁରମାନଙ୍କ ଶୋଭାଯାତ୍ରା ଓ ଭକ୍ତମାନଙ୍କ ନିର୍ବିଘ୍ନ ନାମ ସଂକୀର୍ତ୍ତନ ପାଇଁ ମେଘନାଦ ପାଚେରୀ ଚାରିପାଖରେ ଦୁଇଟି ସ୍ୱତନ୍ତ୍ର ପ୍ରଦକ୍ଷିଣ ପଦ – ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ନିର୍ମାଣ ।

* ଭକ୍ତମାନଙ୍କ ସୁବିଧା ପାଇଁ ସାମାନଗୃହ, ଶୌଚାଳୟ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର ଓ ପୋଲିସ ସହାୟତା କେନ୍ଦ୍ର ପ୍ରଦକ୍ଷିଣ ପଥ ପାର୍ଶ୍ଵରେ ନିର୍ମାଣ ।

* ଭକ୍ତ ଓ ସେବକମାନଙ୍କ ଯାତାୟାତ ନିମନ୍ତେ ଶ୍ରୀମନ୍ଦିରର ବାହ୍ୟ ଦ୍ୱାରଗୁଡିକରୁ ପ୍ରବେଶ ଓ ପ୍ରସ୍ଥାନର ସୁବିଧା ।

* ପ୍ରକଳ୍ପ ପରିସରରେ ଥିବା ପୁରୁଣା ମଠଗୁଡିକର ବିଜେସ୍ଥଳୀକୁ ମରାମତି କରାଯାଇ ନବୀକରଣ କରିବା ।

* ଆକର୍ଷଣୀୟ ବଗିଚା ଓ ଗଛ ଦ୍ୱାରା ପ୍ରକଳ୍ପ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ।

Comments are closed.