ଫେବ୍ରୁଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ, ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ୱର – ଫେବ୍ରୁଆରୀ ୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷର ପ୍ରଥମ ଅଧିବେଶନ ଥିବାରୁ ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେବ ବଜେଟ୍ ଅଧିବେଶନ। ଏହି ଅଧିବେଶନରେ କାମଚଳା ବଜେଟ୍ ଆଗତ କରିବେ ରାଜ୍ୟ ସରକାର। ଫେବ୍ରୁଆରୀ ୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କାମଚଳା ବଜେଟ୍ ଆଗତ କରିବେ ।ଏହି ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିବ । ସାଧାରଣ ଓ ବିଧାନସଭା ନିର୍ବାଚନ ପୂବରୁ ଏହା ହେବ ଶେଷ ଅଧିବେଶନ।

Comments are closed.