ଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ | News Room Odisha

ଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ – ଏସସିବିର ଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ଡାକ୍ତର ଭୁବନାନନ୍ଦ ଏସସିବି ନ୍ୟୁରୋସର୍ଜରୀ ବିଭାଗର ଆଇସିୟୁରେ ଚିକିତ୍ସାଧିନ ଥିଲେ । ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରୋଗୀ ସେବା ସହ ଏସସିବିର ପ୍ରଶାସନିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା କ୍ଷେତ୍ରରେ ଡାକ୍ତର ଭୁବନାନନ୍ଦ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ଜରୁରୀକାଳୀନ ଅଧିକାରୀ ଭାବେ ଅତି ଦକ୍ଷତାର ସହ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏସସିବିର ସଙ୍କଟ ମୋଚକ ବୋଲି ମଧ୍ୟ କୁହାଯାଉଥିଲା । ଏସସିବି ମେଡିକାଲରେ ରୋଗୀ ସେବା ସହଜ କରିବା ପାଇଁ ସେ ବର୍ଷ ବର୍ଷ ଧରି ଉଦ୍ୟମ କରିଆସୁଥିଲେ ।