ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର | News Room Odisha

ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ଲାଗି ଆଜି ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଏକ ୭ ଜଣିଆ ଟିମ୍ ସହ ମୁଖ୍ୟ ନିର୍ବାଚନ କମିଶନର ତିନିଦିନିଆ ଓଡିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଆସନ୍ତାକାଲି ମୁଖ୍ୟ ନିର୍ବାଚନ କମିଶନର ବିଭିନ୍ନରାଜନୈତିକ ଦଳ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବେ ସିଇଓ ଓ ତାଙ୍କ ଟିମ୍ । ୧୭ ତାରିଖରେ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର।